ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
ଆମ ବିଷୟରେ | ଉଲ୍ଲେଖ ଏବଂ ଉଦ୍ଦେଶ୍ୟର ସର୍ତ୍ତାବଳୀ

ପ୍ରାସଙ୍ଗିକ ବିଚାର ବିନ୍ଦୁ

ଜୁନ୍ ୧୩, ୨୦୦୫ର ସରକାରୀ ନୋଟିଫିକେସନ୍ ଅନୁଯାୟୀ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ (NKC) ର ରେଫରେନ୍ସ ପାଇଁ ନିମ୍ନଲିଖିତ ସର୍ତ୍ତାବଳୀମାନ ରଖାଯାଇଛି.

  • ଏକବିଂଶ ଶତାବ୍ଦୀର ଜ୍ଞାନ ପ୍ରତିଯୋଗିତା ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଶିକ୍ଷା ପଦ୍ଧିତିର ଉତ୍କୃଷ୍ଟତା ପ୍ରତିଷ୍ଠା କରିବାକୁ ପଡ଼ିବ ଏବଂ ଭାରତର ଜ୍ଞାନ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ପ୍ରାଧାନ୍ୟ ବୃଦ୍ଧି କରିବାକୁ ହେବ.

  • ଏସ୍ ଏଣ୍ଡ ଟି ଲାବୋରେଟରୀ ମାନଙ୍କରେ ଜ୍ଞାନ ସୃଷ୍ଟିକୁ ବୃଦ୍ଧି କରିବାକୁ ହେବ.

  • “ଇଣ୍ଟେଲେକଚୁଆଲ୍ ପ୍ରପର୍ଟି ରାଇଟସ୍” ରେ ଅଂଶ ଗ୍ରହଣ କରୁଥିବା ଅନୁଷ୍ଠାନଗୁଡ଼ିକର ମ୍ୟାନେଜମେଣ୍ଟ୍କୁ ଉନ୍ନତ କରିବାକୁ ହେବ.

  • କୃଷି ଓ ଶିଳ୍ପ କ୍ଷେତ୍ରରେ ଜ୍ଞାନକୁ ଉନ୍ନୀତ କରିବାକୁ ହେବ.

  • ସରକାରକୁ କାର୍ଯ୍ୟକର, ସ୍ୱଚ୍ଛ ଏବଂ ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ ପରାୟଣ କରିବା ପାଇଁ ଜ୍ଞାନ ସାମର୍ଥର ବ୍ୟବହାର ବିଧିକୁ ଉନ୍ନୀତ କରିବା ଏବଂ ଜନସାଧାରଣଙ୍କ ସର୍ବାଧିକ ହିତାର୍ଥେ ଜ୍ଞାନକୁ ଚର୍ତୁଦିଗେ ପ୍ରସାରିତ କରିବାକୁ ହେବ.


ଉଦ୍ଦେଶ୍ୟ

ରାଷ୍ଟ୍ରୀୟ ଜ୍ଞାନ ଆୟୋଗର ଉପର ଲିଖିତ ବିଷୟବସ୍ତୁର ଉଦ୍ଦେଶ୍ୟ ହେଲା ଏକ ସ୍ପନ୍ଦନଶୀଳ ଜ୍ଞାନ ଭିତ୍ତିକ ସମାଜର ବିକାଶ; ଫଳ ସ୍ୱରୂପ ରହିଥିବା ଉଭୟ ଜ୍ଞାନ ପଦ୍ଧତିର ମୌଳିକ ଉନ୍ନତି ଏବଂ ନୂତନ ପ୍ରକାର ଜ୍ଞା ସୃଷ୍ଟି କରିବାର ପଥ ପ୍ରଶସ୍ତ କରିବା, ଏହା ଆନୀତ କରିବ.

ଏହି ଲକ୍ଷ ହାସଲର ଗୁରୁତ୍ୱପୂର୍ଣ୍ଣତା ରହିଛି ସମାଜର ପ୍ରତ୍ୟେକ ସ୍ତରରେ ବହୁଳ ଅଂଶ ଗ୍ରହଣ ଏବଂ ଅଧିକତର ଯଥାଯଥ ଜ୍ଞାନାବଲୋକନ.

ଏଥିପାଇଁ NKC ଉପଯୁକ୍ତ ଗଠନମୂଳକ କାର୍ଯ୍ୟର ପ୍ରଚଳନକୁ ବର୍ଦ୍ଧିତ କରିବାକୁ ଅନ୍ୱେଷଣ କରୁଛି:

  • ଶିକ୍ଷାର ପଦ୍ଧତିକୁ ଦୃଢ଼ କରିବା, ପାରିବାରିକ ଗବେଷଣା ଓ ନୂତନ ପ୍ରବର୍ତ୍ତନ ବୃଦ୍ଧି କରିବା, ସ୍ୱାସ୍ଥ୍ୟ, କୃଷି ଏବଂ ଶିଳ୍ପ ସେକ୍ଟରଗୁଡ଼ିକରେ ଅଭିଜ୍ଞତା ପ୍ରୟୋଗ ବିଧିକୁ ସହଜ କରିବା.

  • ଶାସନ ବୃଦ୍ଧି ଏବଂ ସଂଯୋଗ ରକ୍ଷାର ଉନ୍ନୀତକରଣ ପାଇଁ ଇନଫରମେସନ୍ ଏଣ୍ଡ୍ କମ୍ୟୁନିକେସନ୍ ଟେକ୍ନୋଲୋଜୀକୁ ଉନ୍ନୀତ କରିବା.

  • ଯନ୍ତ୍ରାଦୀର ନିର୍ମାମ କୌଶଳ ଉଦ୍ଭାବନ କରିବା ପାଇଁ ସମଗ୍ର ପୃଥିବୀରେ ଜ୍ଞାନ ପଦ୍ଧତିର ପାରସ୍ପରିକ ଅଦଳବଦଳ ଆବଶ୍ୟକ.